ସୁକେଶ ଚନ୍ଦ୍ରଶେଖରଙ୍କ ଉପରେ ଆସିବ ଡେକ୍ୟୁମେଣ୍ଟାରୀ ସିରିଜ୍, ଅଭିନେତ୍ରୀଙ୍କୁ ଜ୍ୟାକଲିନ୍‌ଙ୍କୁ କରାଗଲା ଆପ୍ରୋଚ୍

Published By : Prameya-News7 Bureau | April 28, 2025 IST

ମୁମ୍ଵାଇ ୨୮।୦୪; ୨୦୨୧ ମସିହାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ସମ୍ପର୍କ ଖୁବ୍‌ ଚର୍ଚ୍ଚାରେ ଥିଲା । ଏବେ ଖବର ଆସିଛି ଯେ OTT ପ୍ଲାଟଫର୍ମ ଏହି କାହାଣୀ ଉପରେ ଏକ ଡକ୍ୟୁ-ସିରିଜ ପ୍ରସ୍ତୁତ କରାଯାଉଛି। ଏଥିରେ ସୁକେଶଙ୍କ ଲାଇଫ୍‌ ଷ୍ଟୋରୀ ଏବଂ ୨୦୦ କୋଟି ଟଙ୍କାର ଠକେଇ ମାମଲା ଦେଖାଯିବ। ରିପୋର୍ଟ ଅନୁସାରେ, ଏହି ସିରିଜ୍‌ ପାଇଁ ଜ୍ୟାକଲିନଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଛି। ଯାହା ଦ୍ଵାରା ସେ ନିଜେ ତାଙ୍କ କାହାଣୀକୁ ଲୋକଙ୍କ ନିକଟରେ ଉପସ୍ଥାପନ କରିପାରିବେ। ଏହି ପ୍ରୋଜେକ୍ଟ ସହିତ ଜଡିତ ସୂତ୍ରଗୁଡ଼ିକ କୁହନ୍ତି ଯେ ଡକ୍ୟୁମେଣ୍ଟାରୀରେ ଜ୍ୟାକଲିନଙ୍କ ଦୃଷ୍ଟିକୋଣ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ।

ରିପୋର୍ଟ ଅନୁସାରେ, OTT ପ୍ଲାଟଫର୍ମ ସୁକେଶ ଚନ୍ଦ୍ରଶେଖରଙ୍କ ବିବାଦୀୟ ଯାତ୍ରାକୁ ଆହୁରି ଗଭୀର ଭାବରେ ଖୋଳତାଡ଼ କରିବାକୁ ଯୋଜନା କରୁଛି ବୋଲି ଜଣାପଡ଼ିଛି। ତାଙ୍କର ପ୍ରାରମ୍ଭିକ ଠକେଇ ଠାରୁ ଆରମ୍ଭ କରି ଜାତୀୟ ଦୃଷ୍ଟି ଆକର୍ଷଣ କରିଥିବା ହାଇ-ପ୍ରୋଫାଇଲ୍ ଲଗ୍‌ଜରୀ ଗିଫ୍ଟ ରାକେଟ୍ ପର୍ଯ୍ୟନ୍ତ, ସବୁକିଛି ସିରିଜ୍‌ରେ ରହିବ। ଜ୍ୟାକଲିନ୍ ଯଦି ଏହାର ଏକ ପ୍ରମୁଖ ଅଂଶ ହୁଅନ୍ତି ତେବେ ସିରିଜ୍‌ ବେଶ୍‌ ଦମ୍‌ଦାର ହେବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି । 

ଡକ୍ୟୁମେଣ୍ଟାରୀ ସିରିଜ୍‌ ପାଇଁ ଜ୍ୟାକ୍‌ଲିନ୍‌ ଏବେ ଚିନ୍ତା କରୁଛନ୍ତି। ଏପରିକି ତାଙ୍କ ସମ୍ପର୍କୀୟମାନେ ଏଥିପ୍ରତି ବେଶ୍‌ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ବି ଗଡ଼ବଡ଼ ହେଲେ ଜ୍ୟାକଲିନ୍‌ଙ୍କ ପାଇଁ ଆଇନଗତ ସମସ୍ୟା ବଢ଼ିପାରେ ବୋଲି ତାଙ୍କୁ ଚେତାଇଛନ୍ତି । ତେବେ ସିରିଜ୍‌ ବନାଉଥିବା ଟିମ୍‌ ଏହା ଉପରେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି । ସୁକେଶଙ୍କ କାହାଣୀ କେବଳ ଆଇନଗତ ଭାବେ ନୁହେଁ, ବରଂ ଏହାକୁ ସାଇକୋଲୋଜିକାଲ ଥ୍ରିଲର ଏବଂ ସୋସିଆଲ୍‌ କେସ୍‌ ଷ୍ଟଡି ଭାବେ ମଧ୍ୟ ଦର୍ଶକଙ୍କୁ ଦେଖାଯିବ । ସୁକେଶଙ୍କ ସମସ୍ତ ହାଇପ୍ରୋଫାଇଲ କାରନାମା ବାବଦରେ ସିରିଜ୍‌ରେ ବିସ୍ତାର ଭାବେ ଦେଖାଇବାକୁ ନିର୍ମାତାଙ୍କ ଯୋଜନା ରହିଛି । ରହସ୍ୟମୟ ଢଙ୍ଗରେ ଏହାର ଷ୍ଟୋରି ଲାଇନ ରଖାଯିବ । ଚଳିତ ବର୍ଷ ଶେଷସୁଦ୍ଧା କାହାଣୀର ଫ୍ରେମ୍‌ ପ୍ରସ୍ତୁତ କରିବାକୁ ଏହାର ଲେଖକ ଟିମ୍‌ ଲକ୍ଷ୍ୟ ରଖିଛନ୍ତି । ଏହାର ସୁଟିଂ ୨୦୨୬ରେ ଆରମ୍ଭ ହେବାର ଆଶା କରାଯାଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.